ଖୋର୍ଦ୍ଧା ଜିଲ୍ଲାର ଜଳଛାୟା ପ୍ରକଳ୍ପ ନିର୍ଦେଶକ ଦିଗମ୍ବର ବିଶ୍ୱାଳ କୁ ଭିଜିଲାନ୍ସ ବାନ୍ଧିବ କେବେ?
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ମୂର୍ତ୍ତିକା ସଂରକ୍ଷଣ ଓ ଜଳ ଛାୟା ପ୍ରକଳ୍ପ ନିର୍ଦେଶକ ଦିଗମ୍ବର ବିଶ୍ୱାଳର ଗୁପ୍ତ ଧନ ଉପରୁ ପରଦା ହଟାଇ ନୂଆ ସରକାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ଜୋର ଧରିଛି l ଖୋର୍ଦ୍ଧା ଜିଲାବାସୀଙ୍କ ଅର୍ଥକୁ ଲୁଟୁଥିବା ଡକାୟତ ନିର୍ଦେଶକ ଦିଗମ୍ବର ବିଶ୍ୱାଳ ମିଛ ମୂର୍ତ୍ତିକା ସଂରକ୍ଷଣ ଓ ମିଛ ଜଳ ଛାୟା ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ହଡପ କରିଥିବାର ଅଭିଯୋଗ ହେଉଛି l ଦିଗମ୍ବର ବିଶ୍ୱାଳ ପୂର୍ବତନ ବିଜେଡି ନେତା ଭିକେ ପାଣ୍ଡିଆନ କୁ ମୋଟା ଅଙ୍କର ଅର୍ଥ ଦେଇ ଖୋର୍ଦ୍ଧା ରେ ରହି ସରକାରୀ ଅର୍ଥ ଲୁଟିବାରେ ଲାଗିଛନ୍ତି l ଡକାୟତ ଦିଗମ୍ବର କେନାଲ ସଫେଇ ଓ ନୂତନ ଉଦ୍ୟାନ ସୃଷ୍ଟି ନାମରେ ଲକ୍ଷ ଲକ୍ଷ ଟଙ୍କା ତୋଷାରପାତ କରିଥିବାର ଅଭିଯୋଗ କରିଛନ୍ତି ସମାଜସେବୀ ରାଧେ ଶ୍ୟାମ ମହାନ୍ତି l ପ୍ରଧାନ ମନ୍ତ୍ରୀ ନିଶ୍ଚିତ ରୋଜଗାର ଯୋଜନାରେ ଶ୍ରମିକ ମାନଙ୍କ ନାମରେ ମିଥ୍ୟା ବିଲ କରି ନିର୍ଦେଶକ ଦିଗମ୍ବର ବିଶ୍ୱାଳ ରାଜକୋଷ କୁ ଲୁଟି ନେଇଛନ୍ତି l ଲୁଟେରା ଡକାୟତ ପ୍ରକଳ୍ପ ନିର୍ଦେଶକ ଦିଗମ୍ବର ବିଶ୍ୱାଳ ସବୁବେଳେ ରାଜଧାନୀ ରେ ରହି ମଉଜମସ୍ତି କରୁଥିବା ବେଳେ ଅଧିକାଂଶ ଦିନ ଅଫିସ କୁ ଯାଆନ୍ତି ନାହିଁ l ଚାକିର କାଳ ଭିତରେ ଡକାୟତ ବିଶ୍ୱାଳ ବାବୁ ୧୦ କୋଟିରୁ ଉର୍ଦ୍ଧ ସରକାରୀ ଟଙ୍କା ଲୁଣ୍ଠନ କରି ଥିବାର ଅଭିଯୋଗ ହେଉଛି l ଦିଗମ୍ବର ବିଶ୍ୱଳ ଲୁଟ ଟଙ୍କାରେ ଭୁବନେଶ୍ୱର ରେ ୫ଟି ରାଜକୀୟ ଘର ସହିତ ୧୫ ରୁ ଉର୍ଦ୍ଧ ପ୍ଲଟ ନିଜର ସମ୍ପର୍କୀୟ ନାମରେ କିଣିଥିବାର ଅଭିଯୋଗ କରିଛନ୍ତି ସୂଚନା ଅଧିକାରୀ ଲକ୍ଷ୍ମୀଧର ମିଶ୍ର l ଏଠାରେ ସୂଚନା ଦିଆଯାଇପାରେ ଯେ ମାଲକାନଗିରି ଜିଲ୍ଲାର ଜଳଛାୟା ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ର ଭିଜିଲାନ୍ସ ରେ ପଡିଲା ପରେ ଯେପରି ପୁଳା ପୁଳା ଟଙ୍କା ବାହାରିବା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ସେହିପରି ଦିଗମ୍ବର ଉପରେ ତଦନ୍ତ ହେଲେ ବସ୍ତା ବସ୍ତା ଟଙ୍କା ସହିତ ଲୁଚାଇ ରଖିଥିବା ସୁନାର ସନ୍ଧାନ ମିଳିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି l ଦିଗମ୍ବର ବିଶ୍ୱାଳ ର ଆହୁରି କଳାକାରନାମା ହସ୍ତଗତ ହେବାରେ ଲାଗିଛି ତାହା ପରବର୍ତୀ ସଂଖ୍ୟା ରେ ପ୍ରକାଶିତ ହେବ l