ଅପରାଧ

ଆପାର୍ଟମେଣ୍ଟର ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ

କଟକ, : ବନ୍ଦ ଘରୁ ମିଳିଲା ବାପା ଝିଅଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି କଟରେ। କଟକ ସ୍ନେହଲତା ଆପାର୍ଟମେଣ୍ଟରୁ ବାପା ଝିଅଙ୍କ ମୃତଦେହ ମିଳିଛି। ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବରପାଇ ସାଇଣ୍ଟିଫିକ ଟିମ୍‌ ସହ ବାଦାମବାଡ଼ି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ବର୍ଷୀୟା ଝିଅ ମାନସିକ ବିକାରଗ୍ରସ୍ତ ଥିବା ସୂଚନା ମିଳିଛି।ତେବେ କେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡ଼ି ନାହିଁ। ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *