Uncategorized

ବନ୍ଧାହେଲେ କୁବେର ଯନ୍ତ୍ରୀ

କଟକ : ବନ୍ଧାହେଲେ କୁବେର ଯନ୍ତ୍ରୀ । ଘରୁ ବିଡା ବିଡା ଟଙ୍କା ଜବତ ହେବା ପରେ ଅନୁଗୋଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥିଙ୍କୁ ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି।ଯନ୍ତ୍ରୀ ରାମଚନ୍ଦ୍ର ୧୯୮୯ରୁ ମାଲକାନଗିରିରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ତାଙ୍କର ଚାକିରି ଭିତରେ ଆୟର ୨୨୬% ଅଧିକ ସମ୍ପତି ଥିବା ନେଇ ଭିଜିଲାନ୍ସ ସ୍ପଷ୍ଟ କରିଛି। ଟିମ ପକ୍ଷରୁ ଚଢ଼ାଉ ସମୟରେ ତାଙ୍କର ଗୋଟିଏ ଦୁଇ ମହଲା କୋଠା, ୨୨ଟି ପ୍ଲଟ, ୩୫୦ ଗ୍ରାମ ସୁନା, ଜ୍ୱାଇଁଙ୍କ ଘରୁ ନଗଦ ୨୩ ଲକ୍ଷ ୯୫ ହଜାର ଟଙ୍କା ଓ ବ୍ୟାଙ୍କ ଡିପୋଜିଟ ୧ କୋଟି ୪୦ ଲକ୍ଷ ଟଙ୍କାର କାଗଜାତ ଆଦି ଭିଜିଲାନ୍ସ ଜବତ କରିଛି।ସତନ୍ତ୍ର ଭିଜିଲାନ୍ସ କୋର୍ଟର ଅନୁମତି କ୍ରମେ ଭିଜିଲାନ୍ସ ଟିମ୍‌ ଅନୁଗୋଳ, କଟକ ଓ ଢେଙ୍କାନାଳରେ ଥିବା ୮ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍‌। ଏହି ଟିମରେ ୭ ଡିଏସପି ୧୫ ଇନ୍ସପେକ୍ଟର ସାମିଲ ଥିଲେ।ଯାଞ୍ଚ ସମୟରେ ରାମଚନ୍ଦ୍ର ଶତପଥିଙ୍କ ଜ୍ବାଇଁ ଡା ତପନ କୁମାର ତ୍ରିପାଠୀଙ୍କ ଘରୁ ନଗଦ ୨୨ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଜୁନାଗଡ଼ରେ ମେଡିକାଲ ଅଫିସର ଭାବରେ କାର୍ଯ୍ୟରତ ରହିଛନ୍ତି ଜ୍ୱାଇଁ। ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଜାରି ରହିଥିବା ହେତୁ ଜ୍ୱାଇଁଙ୍କୁ ମଧ୍ୟ ଅଧିକ ପଚରାଉଚରା କରାଯିବ। ଏବଂ ଆବଶ୍ୟକ ପଡ଼ିଲେ ଯନ୍ତ୍ରୀଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି।l

Leave a Reply

Your email address will not be published. Required fields are marked *