ରାଜନୀତି

ବିଜେପି ଆସିଲେ ସ୍କୁଟି ଫ୍ରି : ଜୁଏଲ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନରେ ରାଜ୍ୟ ସରକାରଙ୍କ ‘ମିସନ ଶକ୍ତି ସ୍କୁଟି ଯୋଜନା’ରେ ମହିଳାଙ୍କୁ ସ୍କୁଟି ବଣ୍ଟନ ବେଳେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ସାଂସଦ ଜୁଏଲ ଓରାମଙ୍କ ରାଜନୀତି ଓ ତେର୍ଚ୍ଛା ବାଣ ମରାମରି ଚର୍ଚ୍ଚାର ବିଷୟ ହୋଇଛି। ଅତିଥି ଭାବେ ଯୋଗ ଦେଇଥିବା ସାଂସଦ ଜୁଏଲ କାର୍ଯ୍ୟକ୍ରମର ଉଦଘାଟନ ବେଳେ ହଠାତ ବଡ଼ ପାଟିରେ କହିଲେ, ‘ନବୀନ ସରକାର ବିନା ସୁଧରେ ସ୍କୁଟି ଦେଉଛି, ଆମ ବିଜେପି ସରକାର ଆସିଲେ ପୂରା ସ୍କୁଟି ଫ୍ରି ଦେବୁ’। ଏ କଥାକୁ ସେ ସଂସ୍କୃତି ଭବନ ପରିସରରେ ବୁଲି ବୁଲି ସ୍କୁଟି ଧରି ଧାଡ଼ିରେ ଠିଆ ହୋଇଥିବା ମହିଳାଙ୍କ ପାଖକୁ ଯାଇ ବାରମ୍ବାର ଶୁଣାଇଥିଲେ।ଜୁଏଲଙ୍କ ପରେ ନିଜକୁ ସମ୍ଭାଳି ପାରି ନଥିଲେ ସାରଦା। ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ। ସେଠାରେ ଉପସ୍ଥିତ ମହିଳା ଓ ବିଜେଡି ନେତାମାନେ ସାରଦାଙ୍କ ସହ ସ୍ବର ମିଳାଇଥିଲେ। ଏହା ପରେ ଜୁଏଲ ନରେନ୍ଦ୍ର ମୋଦୀଙ୍କ ନାଁରେ ନାରା ପକାଇଥିଲେ, କିନ୍ତୁ ସେ ଏକ୍ଲା ପଡ଼ି ଯାଇଥିଲେ। ପାଳି ଧରିବାକୁ କେହି ନଥିଲେ। ଏହା ପରେ ଜୁଏଲ ହସିଦେଇ ଚାଲି ଯାଇଥିଲେ । ପରେ ପରେ ଜୁଏଲଙ୍କ ସ୍କୁଟି ଫ୍ରି କଥା ଗଣମାଧ୍ୟମ ପ୍ରତିନିଧିମାନେ ସାରଦାଙ୍କ ଦୃଷ୍ଟିକୁ ନେଇଥିଲେ। ସାରଦା ରୋଚକ ଢଙ୍ଗରେ ଉତ୍ତର ରଖିଥିଲେ। କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ୧୫ ଲକ୍ଷ ଟଙ୍କା, ଆଚ୍ଛେଦିନ କଥା, ସେସବୁ କେଉଁଠି। ଆଉ ଜୁଏଲ ଭାଇ ତ ଆମ ଭାଇ, ତାଙ୍କ କଥା ଆଉ କ’ଣ କହିବି’। କଥାରେ କଥାରେ ଦୁଇ ବରିଷ୍ଠ ନେତାଙ୍କ ତେର୍ଚ୍ଛା ବାଣ ମରାମରି ଚର୍ଚ୍ଚାକୁ ଆସିଛି

One thought on “ବିଜେପି ଆସିଲେ ସ୍କୁଟି ଫ୍ରି : ଜୁଏଲ

  • FM needs to promise from her side if BJP comes NO tax upto 10lacs along with Double PM home for social security ,below Poverty line ,kishan of the country .No problem of MSP for oilseed ,and commercial agriculture cultivation .

    Reply

Leave a Reply

Your email address will not be published. Required fields are marked *