ରାଜ୍ୟ

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।

ଶୁକ୍ରବାର ଅନୁଗୁଳ ୪୪.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।
ସେହିପରି ବୌଦ୍ଧ ରେ ୪୪.୫ ଡିଗ୍ରୀ, ନୂଆପଡା ଏବଂ ବଲାଙ୍ଗୀର ରେ ୪୪ଡିଗ୍ରୀ ତାପମାତ୍ରା ରେକର୍ଡ
କରାଯାଇଛି। ଆଜି ୧୨ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଥିବାବେଳେ ୩୨ ସହରରେ ୪୦ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲାରେ ଉଷ୍ମ ପାଣିପାଗ ସ୍ତିତି ଜାରି ରହିବା ସହ କିଛି ଜିଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସ୍ତିତି ଲାଗି ରହିବାର ସମ୍ଭାବନା ରହିଛି

Leave a Reply

Your email address will not be published. Required fields are marked *