ରାଜ୍ୟ

25 ତମ ସାଧନା ଏବଂ ରାଷ୍ଟ ରକ୍ଷା ଶିବିର

ପାଟଣା-ରାଜସ୍ଥାନ ସିକର ର ପ୍ରସିଦ୍ଧ ଶ୍ରୀ ଖାଟୁଶ୍ୟାମ ଧାମ ଠାରେ ରୂକ ବେଦୀୟ ପୂର୍ବଧାମ ଗବର୍ଦ୍ଧନ ପିଠାଧିସର ଅନନ୍ତ ବିଭୂଷିତ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀ ମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଜୀ ମହାରାଜ ଦିବ୍ୟ ଉପସ୍ଥିତି ରେ 25 ତମ ସାଧନା ଓ ରାଷ୍ଟ୍ରଭାଷା ଶିବିର ଓ ହିନ୍ଦୁ ରାଷ୍ଟ୍ର ସଂଗୋଷ୍ଠୀ ର ଭବ୍ୟ ଆୟୋଜନ ଚଳିତ ମାସ 27 ତାରିଖ ରୁ ଆରମ୍ଭ ହୋଇ 29 ତାରିଖରେ ଉଦଯାପିତ ହେବ।ଏହି କାର୍ଯ୍ୟକ୍ରମ ରେ ପୁରୀ ଗବର୍ଦ୍ଧନ ପିଠାଧିସର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଜି ମହାରାଜ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶିବିର କୁ ଉଦଘାଟିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାର ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ର ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ।ଆଦିତ୍ୟବାହିନୀ ର ରଘୁନାଥ ମହାନ୍ତ, ଓ ମହେଶ ତ୍ରିପାଠୀ ଙ୍କ ନେତୃତ୍ୱରେ ରାଜସ୍ଥାନ ଯାଇ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି।କେନ୍ଦୁଝର ଜିଲ୍ଲା ଆଦିତ୍ୟ ବାହିନୀ ର କ୍ଷେତ୍ରୀୟ ସଂପାଦକ ପ୍ରହ୍ଲାଦ ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ବିଶ୍ବମ୍ବର ଓଝା, ଭୁବନାନନ୍ଦ ଦାଶ, ବରଗଡ଼ ଜିଲ୍ଲା ଆଦିତ୍ୟ ବାହିନୀ ର ରାମଚନ୍ଦ୍ର ଷଡ଼ଙ୍ଗୀ, ବିଜୟ କୁମାର ମିଶ୍ର, ରଞ୍ଜନ କୁମାର , ଅଜୟ ଗୋଛିକାର, ଲିଲିବାଲା ପ୍ରମୁଖ ଙ୍କ ସହିତ ଓଡ଼ିଶାର ସମସ୍ତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *