ରାଜନୀତି

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା, (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ ସମେତ ଶହେରୁ ଉଦ୍ଧର୍‌ବ ମଣ୍ଡଳ, ନଗର ପ୍ରଭୃତି ଆଗଧାଡିର କର୍ମୀ ମଙ୍ଗଳବାର ସମୂହ ଇସ୍ତଫା ଦେଇଛନ୍ତି।
ଟିକେଟ କଟିବା ନେଇ ସାମ୍ବାଦିକଙ୍କୁ ସମ୍ବୋଧିତ ବେଳେ ଭାବବିହ୍ବଳ ହୋଇ ଭୋ ଭୋ ହୋଇ କାନ୍ଦି ପକାଇଲେ କାଳୁ। ସ୍ବାଧୀନ ଲଢି ବିଧାୟକ ହେବି ବୋଲି କହିଛନ୍ତି। ଏହାସହ ସେ ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଅପରାଜିତାଙ୍କୁ ହରାଇବା ପାଇଁ ଘରକୁ ଘର ବୁଲି ପ୍ରଚାର କରିବି। ତାଙ୍କୁ ବିହାର ପଠାଇଦେବି। ମୋ ସହ ଷଡଯନ୍ତ୍ର କରାଯାଇଛି। ୧୦ ବର୍ଷ ଦଳ ପାଇଁ ସମୟ ଦେଇଥିବା ବେଳେ ୧୦ ଦିନ ତଳେ ଯୋଗଦେଇଥିବା ଜଣେ ଦାଗୀ, ଅପରାଧୀଙ୍କୁ ଟିକେଟ ଦେଇଛନ୍ତି ଅପରାଜିତା। ରାଜ୍ୟ ସଭାପତି ୪୮ ଘଣ୍ଟା ସମୟ ମାଗି ମୋ ସହ ଖେଳୁଛନ୍ତି। ମୋ ସହ ଶହେରୁ ଉଦ୍ଧର୍‌ବ ଦଳୀୟ କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ମୁଁ ସ୍ବାଧୀନ ଭାବେ ଲଢିବି। ମୁଁ ପାଇକ ପୁଅ ଖୋର୍ଦ୍ଧା ମାଟିର ବିକାଶ ପାଇଁ ଲଢେଇ କରିବି। ଜନମତ ମୋ ସାଥିରେ ଅଛି, ମୁଁ ନିଶ୍ଚିତ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବି।

Leave a Reply

Your email address will not be published. Required fields are marked *