ରାଜ୍ୟ

ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନୀଳଗିରିରେ ବିଶାଳ ରୋଡ ଶୋ


ନୀଳଗିରି : ଆଗାମୀ ଜୁନ ୧ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ଦିବସ ଥିବା ବେଳେ ମେ ୩୦ତାରିଖ ପ୍ରଚାରର ଶେଷ ତାରିଖ । ଏନେଇ ନୀଳଗିରିରେ ବିଭିନ୍ନ ଦଳର ହେଭିୱେଟ ନେତା ପ୍ରଚାର ମଇଦାନରେ ପ୍ରଚାର ଚଳାଇ ଅଛନ୍ତି। ଏନେଇ ଆଜି ବିଜୁ ଜନତାଦଳ ତରଫରୁ ନୀଳଗିରି ନିର୍ବାଚନ ମଣ୍ଡଳୀ ସୀମାନ୍ତ ଆମ୍ବୁଡିହା ଏସ.ଆର ପେଟ୍ରୋଲ ପମ୍ପ ଆମ୍ବୁଡ଼ିହା ନିକଟରୁ ପ୍ରାୟ ୫ହଜାର ମୋଟର ସାଇକେଲର ଏକ ବିଶାଳ ଶୋଭାଯାତ୍ରା ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀନୀ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ କୁମାର ନାୟକ ବାହାରି ନୀଳଗିରି ବାଇପାସ୍ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ସହର ପରିକ୍ରମା କରିଥିଲେ । ପରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ସେଠାରୁ ଘାଟଘର ସାହି ଦେଇ ପଞ୍ଚଲିଙ୍ଗେଶ୍ଵର ଛକ ହୋଇ, ବାଉଁଶବଣିଆ , ଶ୍ୟାମସୁନ୍ଦରପୁର, ସନ୍ତରାଗଡିଆ ହୋଇ ଈଶ୍ୱରପୁର ଠାରେ ପହଂଚି ଏକ ବିରାଟ ସମାବେଶକୁ ଉଦବୋଧନ ଦେଇଥିଲେ। ଶ୍ରୀଯୁକ୍ତ ଦାସ ତାଙ୍କ ଅଭିଭାଷଣ ରେ ଦୀର୍ଘ ପଚିଶବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ବହୁ ଜନମଙ୍ଗଳ କାର୍ଯ୍ୟକ୍ରମ ହୋଇଥିବା ବେଳେ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା, ରାସ୍ତାଘାଟ, ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ରୁପାନ୍ତିକରଣ, କଥା କହିଥିଲେ, ଏହା ସହ ବହୁ ବିକାଶ ଓ ନିର୍ମଳ ଶାସନ ଦେଇଥିବା ଓଡ଼ିଶାର ଜନମ।ନସର ୧ନଂ ନେତା ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଉପସ୍ଥିତ ହଜାର ହଜାର ଜନତାଙ୍କୁ ନିବେଦନ କରିଥିଲେ। ସେହିପରି ବାଲେଶ୍ୱର ଲୋକସଭା କ୍ଷେତ୍ରର ବିକାଶକୁ ଦ୍ଵିଗୁଣିତ କରିବା ଏବଂ ବିକଶିତ ଜିଲ୍ଲାଭାବରେ ପ୍ରତିଷ୍ଠିତ କରିବାକୁ ହେଲେ ସାଂସଦ ପ୍ରାର୍ଥୀ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର ଭଳି ଉଚ୍ଚଶିକ୍ଷିତା ମହିଳା ପ୍ରାର୍ଥୀ ଏବଂ ଜଣେ କର୍ମଠ ତଥା ଲୋକପ୍ରିୟ ନେତା ସୁକାନ୍ତ ନାୟକଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରିବାକୁ ଶ୍ରୀ ଦାସ ନିବେଦନ କରିଥିଲେ। ପରେ ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀ ନିଜନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନୀଳଗିରି ବିଧାନସଭା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ଜିଲ୍ଲା ଯୁବବିଜେଡ଼ି ସଭାପତି ତାପସ ପରିଡା,ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମଦନ ମୋହନ ମାଝୀ, ନଗର ଏସ ସି ସେଲ ସଭାପତି ଶରତ ଦାସ, ୧୩ନଂ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ୧୧ନଂ ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ରାଜ୍ୟ ଯୁବ ଜନତାଦଳ ସାଧାରଣ ସମ୍ପାଦକ ଉଦୟଜ୍ୟୋତି ମହାନ୍ତି,ବରିଷ୍ଠ ଆଇନଜୀବି ଅମର ପଟ୍ଟନାୟକ, ଦିଗାମ୍ବର ସ , ଅଭିଷେକ ବେହେରା , ବିଜେଡ଼ି ମିଡିଆ କୋଡିନେଟର ସାହେବ୍ ମର୍ଦ୍ଦରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *