ଶିକ୍ଷା

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ହାଇସ୍କୁଲର ବାର୍ଷିକ ଉତ୍ସବ


ଭୁବନେଶ୍ଵର (ଜେ.କେ.ଆର୍) :- ରସୁଲଗଡ଼ ସ୍ଥିତ ଶ୍ରୀରାମନଗର ଚକେଇସିହାଣୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ହାଇସ୍କୁଲ ଭୁବନେଶ୍ଵର ର ବାର୍ଷିକ ଉତ୍ସବ ଶିକ୍ଷାକେନ୍ଦ୍ର ର ପ୍ରାଣପ୍ରତିଷ୍ଠାତା ପ୍ରଫେସର ଡ଼କ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ବାଗତଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ହାଇସ୍କୁଲ ର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଅନସୂୟା ଦାସ ।ମୁଖ୍ଯ ଅତିଥି ରୂପେ ଭୁବନେଶ୍ଵର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଉତ୍ସବ କୁ ଉଦ୍ଘାଟନ କରି ହାଇସ୍କୁଲ ର ନୂତନ ବିଲ୍ଡିଙ୍ଗ ପାଇଁ ତାଙ୍କ ବିଧାୟକ ପାଣ୍ଠି ରୁ ଅର୍ଥ ପ୍ରଦାନ କରିବେ ବୋଲି ପ୍ରତିଷ୍ରୁତି ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନ୍ନିତ ଅତିଥି ରୂପେ ରାଜ୍ୟମତ୍ସ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ଦାସ ଓ ଭୁବନେଶ୍ଵର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କଅଁର ଯୋଗ ଦେଇଥିଲେ ।ବିଶିଷ୍ଟ ଅତିଥି ରୂପେ ସତ୍ୟମ୍ ଶିବମ୍ ସୁନ୍ଦରମ୍ ପତ୍ରିକା ର ଏଡିଟର, କ୍ୟାପିଟାଲ ଫ୍ରେଣ୍ଡସ୍ ଆସୋସିଏସନ ର ଚେୟାରମ୍ଯାନ ତଥା ଭୁବନେଶ୍ଵର ଓମ୍ କାରନାଥ ମିଶନ ର ଅଧ୍ୟକ୍ଷ ଇଂ ଜିତେନ୍ କୁମାର ରାଉତରାୟ ଯୋଗଦେଇ ଭଗବାନ ବୁଦ୍ଧ ପୂର୍ଣ୍ଣିମା ର ମାହାତ୍ମ୍ଯ ସହ ସ୍ବାମୀ ବିବେକାନନ୍ଦ ଙ୍କ ଆଦର୍ଶ ଜୀବନ ଦର୍ଶନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରାଜଧାନୀ ର ଏକ ଆଦର୍ଶ ଶିକ୍ଷାମନ୍ଦିର ରୂପେ ଗଢିଉଠି ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ବିକାଶ ନିମନ୍ତେ ଯେପରି ଭାବେ କାର୍ଯ୍ୟ କରୁଛି, ସେଥିପାଇଁ ହାଇସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉଚ୍ଚପ୍ରଶସା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନ୍ନିତ ଅତିଥି ରୂପେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମିନୁସ୍ରୀ ଖୁଣ୍ଟିଆ,ରାଜ୍ୟସମାଜମଙ୍ଗଳ ବୋର୍ଡ ସଦସ୍ୟା ଶ୍ରୀମତୀ ବାସନ୍ତୀ ସିଂ, କର୍ପୋରେଟର ସୁଶ୍ରୀପୂଜା ବେହେରା ପ୍ରମୁଖ ଯୋଗଦେଇଥିଲେ ।ମୁଖ୍ଯ ବକ୍ତା ରୂପେ ଖୋର୍ଦ୍ଦା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ସୁସାହିତ୍ୟିକ ଶ୍ରୀ ଗୋପିନାଥ ମହାରଣା ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବେ କର୍ତ୍ତବ୍ୟସମ୍ପାଦନା କରି ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଧନ୍ଯବାଦ ଅର୍ପଣ କରିଥିଲେ କରୁଣାକର ଦାସ । ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ଆନନ୍ଦ ଚନ୍ଦ୍ର ସ୍ୱାଇଁ। ସଭାଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *