ଶିକ୍ଷା

ଭାଟବନ୍ଧ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭାଟବନ୍ଧ ଉଚ୍ଚ ବିଦ୍ୟାଳୟ ସ୍ଥାପନା ର ୫୦ ବର୍ଷ ପୂର୍ତ୍ତି ଅବସର ରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ଉତ୍ସବ କମିଟି ର ସଭାପତି ଅନନ୍ତରାମ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ମୁଖ୍ୟବକ୍ତା ଭାବେ ବିଧାୟକ ସମୀର ରଞ୍ଜନ ଦାଶ, ସମ୍ମାନିତ ଅତିଥିଭାବେ ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ ଅଧ୍ୟକ୍ଷ ତଥା ଅଭିନେତା ସତ୍ୟବ୍ରତ ତ୍ରିପାଠୀ (କୁନା), ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାବୁତ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ,ବିଦ୍ୟାଳୟ କମିଟି ସଭାପତି ଅଜୟ କୁମାର ମହାନ୍ତି,ସରପଞ୍ଚ ତପନ ମଲ୍ଲିକ, ସମିତି ସଭ୍ୟା ଶଙ୍କୁନ୍ତଳା ନାୟକ, ପୁରାତନ ଛାତ୍ର ସଂଗଠନ ସଭାପତି ଶିକ୍ଷାବିତଅନନ୍ତରାମପଣ୍ଡା ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜକିଶୋର ସାହୁ ,ଅଜୟ ମହାନ୍ତି ,ପ୍ରମୁଖ ଯୋଗ ଦେଇ ଏହି ପୁରାତନ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ ।ବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ରାଜ୍ୟ ସରକାର ସର୍ବଦା ଦୃଷ୍ଟି ଦେଉଛନ୍ତି ବୋଲି ବିଧାୟକ ଦାଶ କହିଥିଲେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜ କିଶୋର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ମୁଖପତ୍ର ଓ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ସ୍ଵର୍ଣ୍ଣପ୍ରଭା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ଉତ୍ସବ କୁ ସଂଯୋଜନା କରିଥିଲେ।ପୂର୍ବାହ୍ନରେ ଗୁରୁପୁଜନ ,ଭୁବନେଶ୍ୱର ରେଡକ୍ରସ ପକ୍ଷରୁ ରକ୍ତଦାନ ଶିବିର ,ସ୍ବାସ୍ଥ୍ୟ ଶିବିର ,ଆୟୋଜିତ ହୋଇଥିଲା ।ପରେ ପୂର୍ବତନ ପ୍ରଧାନ ଶିକ୍ଷକ ପୂର୍ବତନ ଶିକ୍ଷକ ,ଶିକ୍ଷୟତ୍ରୀ , ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା ।ଏଥିସହ ନାଟ୍ୟକାର ସଂଗ୍ରାମ କେଶରୀ ଭୋଳ ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଅ ରୁ ଆରମ୍ଭ ଓ କ୍ଷ ରେ ଶେଷ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *