ଶିକ୍ଷା

ସଚିବ ନୁହେଁ ସମୀକ୍ଷକଙ୍କ ଆବଶ୍ୟକତା ରହିଛି 


ରାଜ୍ୟ ସରକାର ବିଭିନ୍ନ ଯୋଜନା ଗୁଡିଏ କାର୍ଯ୍ୟକାରୀ କରିଦେଇ ଚୁପ ବସିଲେ ଯେ ସେହି କାର୍ଯ୍ୟ ଗୁଡିକ ତୃଣମୂଳ ସ୍ତରର କର୍ମଚାରୀଙ୍କ ଦ୍ୱାରା ସଠିକ ରୂପେ କାର୍ଯ୍ୟକାରୀ ହେବ ତାହାର ନିଶ୍ଚିତତା ନାହିଁ l ସ୍ୱାର୍ଥବାଦୀ ଦୁନିଆରେ ଆଜି ସମସ୍ତେ କେବଳ ନିଜ ସ୍ୱାର୍ଥ ଛଡା ସାମୁହିକ ସ୍ୱାର୍ଥକୁ ଆଦୌ ଗ୍ରହଣ କରିପାରୁନାହାନ୍ତି ଏକଥା କହିବା ଆବଶ୍ୟକ ନାହିଁ ବରଂ ସମସ୍ତେ ଜାଣନ୍ତି l ଯୋଜନା ଗୁଡିକୁ ସଠିକ ଭାବେ ଆକଳନ କରି ଆହୁରି ଅଧିକ ଆକର୍ଷଣୀୟ କରାଯିବା ତଥା ସେଗୁଡିକୁ ସଠିକ ଭାବେ ପରିଚାଳନା କରାଯିବା ଆବଶ୍ୟକତା ରହିଛି l ସେଗୁଡିକୁ ଆକଳନ କରିବା ପାଇଁ ସଚିବ ନୁହେଁ ବରଂ ସମୀକ୍ଷକଙ୍କ ଆବଶ୍ୟକତା ଯଥେଷ୍ଟ ଅଧିକ ରହିଥିବା ଚର୍ଚ୍ଚା ସର୍ବତ୍ର l ଗୋଟିଏ ଉଦାହରଣ ନେଇ ଦେଖିଲେ ଜାଣିହେବ ଯେ ଶିକ୍ଷାର ଉନ୍ନତ୍ତି ପାଇଁ ରାଜ୍ୟ ସରକାର ଯେତିକି ତତ୍ପର ସମ୍ପୃକ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ସେତିକି ତତ୍ପରତା ଦେଖିବାକୁ ମିଳୁନାହିଁ l ଶିକ୍ଷକ ମାନଙ୍କ ବଦଳି ହେଉନଥିବା କାରଣରୁ ଦଶନ୍ଧି ଦଶନ୍ଧି ଧରି ଗୋଟିଏ ବିଦ୍ୟାଳୟରେ ରହି ଜୁଲମରାଜ ଚଳାଉଛନ୍ତି ଯଦ୍ୱାରା ଶିକ୍ଷାର ମାନ ଦିନକୁ ଦିନ ହ୍ରାସଃ ହେବାରେ ଲାଗିଛି ଯାହା ଜାଣିବା ସଚିବଙ୍କ ପକ୍ଷେ ସମ୍ଭବ ନୁହେଁ ବରଂ ଉପଯୁକ୍ତ ସମୀକ୍ଷକଙ୍କ ଦ୍ୱାରା ସମୀକ୍ଷା କରି ଦେଖିଲେ ଜାଣିହେବ l ଲକ୍ଷାଧିକ ଟଙ୍କା ମାସିକ ଦରମା ପାଇ କେବଳ ନିଜର ଏବଂ ନିଜ ପରିବାରର ଉନ୍ନତି ଚିନ୍ତା କରୁଥିବା କାରଣରୁ ହୋମୱାର୍କ ନକରି କେବଳ ଶ୍ରେଣୀଗୃହରେ ଯେତିକି ସମ୍ଭବ ଗାଇଦେଇ ଯାଉଛନ୍ତି ଶିକ୍ଷକ ! ବିଦ୍ୟାଳୟକୁ ଠିକ ସମୟରେ ଆସିବା ଏବଂ ଯିବା ବ୍ୟତୀତ କୌଣସି ଆଗ୍ରହ ଦେଖିବାକୁ ମିଳୁନାହିଁ ସେମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ! ବିଦ୍ୟାର୍ଥୀ ସେଗୁଡିକୁ ଏତେ ସହଜରେ ବୁଝିପାରୁନାହାନ୍ତି l ତେଣୁ ଶିକ୍ଷା ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହୋଇ ବର୍ତମାନ ଧରାଶାୟୀ l ଶିକ୍ଷକ ମାନଙ୍କୁ ଏକ ଜରୁରୀ କାଳୀନ ପରିସ୍ଥିତିରେ ଅଦଳ ବଦଳ କରାନଗଲେ ଯେ ଭବିଷ୍ୟତରେ ଶିକ୍ଷାଳୟ ଗୁଡିକ ବ୍ୟବସାୟ କ୍ଷେତ୍ର ବା କ୍ଲବରେ ପରିଣତ ହୋଇ ଏକ ତାମସାରେ ପରିବର୍ତ୍ତିତ ହେବାର ସମ୍ଭାବନାକୁ ଆକଳନ କରୁଛନ୍ତି ବୁଦ୍ଧିଜୀବୀ l ତେଣୁ ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ ଏକ ଜରୁରୀକାଳୀନ ଅଦଳବଦଳ କରିବା ଆବଶ୍ୟକତାକୁ ଅନୁଭବ କରୁଛନ୍ତି ଅଭିଭାବକ l ଏମିତିକି ପୁରୁଣା ଶିକ୍ଷକ ମାନେ ନିଜର ପ୍ରାଧାନ୍ୟତା ଦେଖାଇ ନୂଆ ଶିକ୍ଷକ ମାନଙ୍କ ଉପରେ ଅତ୍ୟଧିକ ଚାପ ପ୍ରୟୋଗ କରି ସେମାନଙ୍କ ଶିକ୍ଷାଦାନ ଇଛାକୁ ଦୁର୍ବଳ କରୁଥିବା ବେଳେ ନିଜେ କେବଳ ହସଖୁସିରେ ସମୟ ଅତିବାହିତ କରି ଶ୍ରେଣୀ ଗୃହକୁ ଯାଉନଥିବା ଦେଖିବାକୁ ମିଳିବ ଉପଯୁକ୍ତ ସମୀକ୍ଷା କରାଗଲେ l ରାଜ୍ୟ ସରକାର ଏହାପ୍ରତି ତୁରନ୍ତ ପଦକ୍ଷେପ ନନେଲେ ଯେ ଆମ ରାଜ୍ୟ ଭବିଷ୍ୟତରେ ଏକ ମୂର୍ଖ ଏବଂ ଦାଦନଙ୍କ ଗନ୍ତାଘର ପାଲଟିବ ସେଇଥିରେ କୌଣସି ସନ୍ଦେହ ନାହିଁ l ବର୍ତ୍ତମାନ ଆମ ସରକାରୀ ଶିକ୍ଷାବ୍ୟବସ୍ଥା 24 ରେ ପହଂଚିବାର ଏହା ଏକ ମୁଖ୍ୟ କାରଣ ହୋଇପାରେ ଯାହାକୁ ସରକାର ଗାମ୍ଭିର୍ଯ୍ୟର ସହିତ ନେଇ ପ୍ରାଥମିକ ସ୍ତରରୁ ଆରମ୍ଭ କରି ମାଧ୍ୟମିକ ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କ ଏକ ତୁରନ୍ତ ଅଦଳବଦଳ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *