ମହାନଗର

ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ସହ 23ଟି ସହବନ୍ଧିତ ସଂଗଠନ 5-T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଜଣାଇଲା

ଭୁବନେଶ୍ୱର : ଓଡିଶା ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ର 23ଟି ସହବନ୍ଧିତ ସଂଗଠନ ନବୀନ ନିବାସରେ ପହଁଚି 5-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି . କେ. ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧନା ଜଣାଇଛି | ସହବନ୍ଧିତ ସଂଗଠନର ସମ୍ପାଦକ ତଥା ଆବାହକ ଗଗନ ଭଞ୍ଜ, ଆବାହକ ଆଶିଷ ନନ୍ଦ ଓ ପ୍ରାକ୍ତନ ସାଧାରଣ ସମ୍ପାଦକ ତଥା ଉପଦେଷ୍ଟା ସୁଧାଂଶୁ ପତିଙ୍କ ନେତୃତ୍ୱରେ ଶତାଧିକ କର୍ମଚାରୀ ପ୍ରତିନିଧି ନବୀନ ନିବାସରେ ପହଁଚିଥିଲେ | ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ସାକ୍ଷାତ କରି ଓଡ଼ିଶାର ବିକାଶ,ସମଗ୍ର ଓଡ଼ିଶାର ଜନବାସୀ ତଥା କର୍ମଚାରୀଙ୍କ ପ୍ରତି ଆଗାମୀ ଦିନରେ ଆପଣଙ୍କର ସଫଳତାର ବାର୍ତ୍ତା ହେଉ ଓ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃପା ଥାଉ, କର୍ମଚାରୀମାନେ ଅଧ୍ୟକ୍ଷଙ୍କ ପ୍ରତି ଏହି ଶୁଭ କାମନା କରିଥିଲେ |

       

Leave a Reply

Your email address will not be published. Required fields are marked *