ବାଣିଜ୍ୟ

୭୫ ଡଲାରକୁ ଖସିଲା ଅଶୋଧିତ ତେଲ ଦର, ଭାରତରେ କେବେ କମିବ ?

ନୂଆଦିଲ୍ଲୀ: ଭାରତ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରକୁ ଖସି ଆସିଛି। ବ୍ରେଣ୍ଟ କ୍ରୁଡ ଅଏଲ ଦର ୧.୦୬ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୭୬.୫୧ ଡଲାରରେ ପହଞ୍ଚିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୧ ପ୍ରତିଶତ ହ୍ରାସ ପାଇ ୭୧.୬୦ ଡଲାରରେ କାରବାର କରୁଛି। ଆଉ ଏକ ବଡ଼ ଖବର ହେଉଛି ସାଉଦି ଆରବ ଏସୀୟ ଦେଶମାନଙ୍କୁ ଶସ୍ତାରେ ତେଲ ବିକିବାକୁ ଘୋଷଣା କରିଛି । ଏହାର ଫାଇଦା ବି ଭାରତକୁ ମିଳିବାର ସମ୍ଭାବନା ରହିଛି ।

ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଏହା ଭାରତ ସରକାରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। କାରଣ ଶସ୍ତା ଅଶୋଧିତ ତେଲ ଯୋଗୁଁ ଦେଶ ମଧ୍ୟରେ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ପେଟ୍ରୋଲ ଓ ଡିଜେଲଦର କମାଇପାରନ୍ତି। ଏହା ଯୋଗୁଁ ମୁଦ୍ରାସ୍ପୀତି ପରିସ୍ଥିତି ଲାଘବ ହେବ।

ଗତ ସପ୍ତାହରେ ତେଲ କମ୍ପାନିମାନେ ସଂକେତ ଦେଇଥିଲେ ଯେ, ଦୈନିକ ପେଟ୍ରୋଲ ଓ ଡିଜେଲ ଦରର ସମୀକ୍ଷା ପୁଣି ଆରମ୍ଭ କରାଯିବ । ଏହା ଫଳରେ ଦେଶରେ ପୁଣି ଥରେ ତେଲ ଦର କମିବାର ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *