ଦେଶ- ବିଦେଶ

ଡ୍ରୋନ୍‌ ଆକ୍ରମଣର ଜବାବ ଦେଲା ଇସ୍ରାଏଲ୍‌: ଇରାନ ଉପରେ କଲା କ୍ଷେପଣାସ୍ତ୍ର ଆକ୍ରମଣ

ୱାଶିଂଟନ୍: ଇସ୍ରାଏଲ୍‌ ଉପରେ ଇରାନ୍‌ ଡ୍ରୋନ୍‌ ଆକ୍ରମଣ କରିବାର ଦିନକ ପରେ ଇରାନର ଏକ ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଇସ୍ରାଏଲ୍‌। ଗୁୁରୁବାର ରାତିରେ ଏବିସି ନ୍ୟୁଜ୍ ପକ୍ଷରୁ ଏହି ଖବର ପ୍ରକାଶ ପାଇଛି। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସିରିୟାରେ ଥିବା ଏକ ଇରାନୀୟ ଦୂତବାସ ଉପରେ ଇସ୍ରାଏଲ୍‌ ଆକ୍ରମଣର ଜବାବ ଦେବାକୁ ଇରାନ ଡ୍ରୋନ୍‌ ଆକ୍ରମଣ କରିଥିଲା।

ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି କହିଛି ଯେ ଇରାନର ଇସାଫାହାନ ସହରର ଏକ ବିମାନବନ୍ଦରରେ ବିସ୍ଫୋରଣ ଘଟିଛି। କିନ୍ତୁ ଏହାର କାରଣ ଜଣାପଡିନାହି। ସିଏନ୍ଏନ୍ ରିପୋର୍ଟ କରିଛି ଯେ ଇରାନର ଆକାଶ ସୀମାରେ ଅନେକ ବିମାନକୁ ପଥଚ୍ୟୁତ୍‌ କରାଯାଇଥିଲା।  ଅଧିକାଂଶ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଇସ୍ରାଏଲ୍ ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ତଳକୁ ଖସାଇ ଦିଆଯାଇଥିଲା।

ପ୍ରତିଶୋଧ ନିଆଁରେ ଜଳି ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ଇରାନକୁ କିଭଳି ଶକ୍ତ ଜବାବ ଦିଆଯିବ ଏନେଇ ଆଜି ଇସ୍ରାଏଲ ନେବ ବଡ଼ ନିଷ୍ପତି । ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚସ୍ତରୀୟ ଯୁଦ୍ଧ ଓ ସୁରକ୍ଷା କ୍ୟାବିନେଟ ବୈଠକ । ଇସ୍ରାଏଲ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ସହଯୋଗୀ ଦେଶମାନଙ୍କର ପରାର୍ମଶ ଯାହାବି ହେଉନା କାହିଁକି ଚୁଡାନ୍ତ ନିଷ୍ପତି ଇସ୍ରାଏଲ ନିଜେ ନେବ । ସେପଟେ ଯୁଦ୍ଧ ଆଶଙ୍କା ଭିତରେ ଆଜି ଇସ୍ରାଏଲ ପହଁଚୁଛନ୍ତି ବ୍ରିଟେନ ଓ ଜର୍ମାନ ବୈଦେଶିକମନ୍ତ୍ରୀ । ଏପ୍ରିଲ ୧୩ ଓ ୧୪ ଦୁଇ ଦିନ ଧରି ଇସ୍ରାଏଲ ଉପରେ ୩୫୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଥିଲା ଇରାନ ।

Leave a Reply

Your email address will not be published. Required fields are marked *